ଟଙ୍କା
ଟଙ୍କା
ଟଙ୍କା
TJ Sukanta Sethy
ଟଙ୍କାର ଦୁଇ ପାଖେ ଦୁଇଟି ଚିହ୍ନ
ଗୋଟିଏ ଧନ ଆଉ ଗୋଟେ ମାନ,
ସଭିଁଏ କୁହନ୍ତି ସେ ଦୁଇ ଏକା
ମାରନ୍ତି ମିଶିକି ଚଉକା ଛକା,
ଏ ସବୁ ଏଠି ଟଙ୍କାର ଧମାକା ।
ଟଙ୍କାର ଦୁଇ ପାଖେ ଦୁଇଟି ଚିହ୍ନ
ଗୋଟିଏ ଧନ ଆଉ ଗୋଟେ ମାନ
ପ୍ରତ୍ୟେକ ବଲରେ ମାରନ୍ତି ଚଉକା ଛକା
ୱିକେଟ ଗଲେ ତାଙ୍କ ନୋ’ ବଲ ପକା,
ଫ୍ରି ହିଟ୍ ବଲରେ ବୋଲର ଫିକା
ରନ୍ ଆଉଟ ହେଲେ ସେ କରନ୍ତି ଧୋକା,
ଏ ସବୁ ଏଠି ଟଙ୍କାର ଧମାକା ।
ଟଙ୍କାର ଦୁଇ ପାଖେ ଦୁଇଟି ଚିହ୍ନ
ଗୋଟିଏ ଧନ ଆଉ ଗୋଟେ ମାନ
ଟଙ୍କା ସଭିଁଙ୍କୁ ଏଠି କରିଛି ଗୁଣି
ଟଙ୍କା ନଥିଲେ ଦେଖାନ୍ତି ବାଙ୍କ ଚାହାଣି,
ଟଙ୍କା ସାଥିରେ ଏ ଦୁନିଆ ବଙ୍କା
ସିଧା ଗାରକୁ ସେ କରନ୍ତି ଅଙ୍କା,
ଏ ସବୁ ଏଠି ଟଙ୍କାର ଧମାକା ।
ଟଙ୍କାର ଦୁଇ ପାଖେ ଦୁଇଟି ଚିହ୍ନ
ଗୋଟିଏ ଧନ ଆଉ ଗୋଟେ ମାନ
।
********
Comments
Post a Comment