ଗୋଲାପ
ଗୋଲାପ T J Sukanta Sethy ଆଜି ପଚ଼ାରେ ଗୋଲାପ ତା ’ ସୁନ୍ଦରତା କେତେ, ମନେ ଭାବେ ମୁଁ କୁସୁମ କି କହିବି ତୋତେ ? ତୋଳିବାକୁ ଆସିଥିଲି ଡ଼ରିଗଲି କାଳେ ହାତେ କଣ୍ଟା ଲାଗିଯିବ, ତୋ କଅଁଳ ପତରେ କାଳେ ମୋ ରୁଧିର ଛିଟ଼ା ଲାଗିଯିବ । ଛୁଇଁବାକୁ ଇଛାଥିଲା ମୋର ରକ୍ତବର୍ଣ୍ଣ ପାଖୁଡ଼ାର କାକର ବିନ୍ଦୁକୁ, କିନ୍ତୁ ଡ଼ରିଗଲି ମୁଁ, କାଳେ ଝରିଯିବ ପାଣି ମା ’ ର ମଥାକୁ । ଦୂରକରି ମନତୃଷ୍ଣା ଚ଼ାଲିଗଲି ହଁ, ଯେବେ ମୁଁ ଫେରିଆସେ, ମାଟିକୁ କହିଲି ରଖିବୁ ଯତନେ ଗଗନକୁ ଜଗାଇ ତା ’ ପାଶେ । ******** ଅନଟନ ପ୍ରକୃତି ମଳିନତା
Comments
Post a Comment