ଜରୁରୀ
ଜରୁରୀ Sukanta Sethy
ସ୍ୱଳ୍ପ-ଅଳ୍ପ,
ଅତ୍ୟଧିକ
ଆଶା
ବଢଇ ନିତି ଅଧିକ,
ଜରୁରୀରେ ରୀତ ସଭିଁଙ୍କ ଚିତ ।
ବ୍ୟସ୍ତ-ବହୁଳିତ
ଜୀବନ ସ୍ରୋତ
ନିମ୍ନଗାମୀ
ସଦା ହୁଏ ପ୍ଳାବିତ,
ଅନ୍ତେ
ମିଶେ ନଇ ସାଗର ଦଧିରେ
ଶରୀରର
ଲୁପ୍ତି ଶ୍ମଶାନ ଘାଟରେ ।
ବୁଝେନା-ବୁଝେନା
ଅବୁଝା ମନ
ବଢଇ
ତା’ ଗେହ୍ଲା
ଦିନକୁ ଦିନ,
ଶାନ୍ତି
ନୁହଁ ତାର ଜରୁରୀ ଖୁସି
ଖୁସି
ଲଭେ ସେ ଦୁନିଆ ଲୁଟି ।
ଭଲ-ମନ୍ଦ
କଥା କିଏ ବୁଝଇ
ଆପଣାଇ
ନେଲେ ସବୁ ରୁଚଇ,
ଭାବନାରେ
ଗଙ୍ଗା ହୃଦେ ହିମାଳୟ
ସରଗଠୁ
କିଛି ଉଣା ନୁହଁଇ ।
ମନ
ଏ ଦେବତା ଦେହ ମନ୍ଦିର
ଭାବନାରେ
ରଖି ଚଳ ତୁରିତ,
ଭୁଲନା
ଧରମ-ଅଧରମ କଥା
ପୁଣ୍ୟ
ଶବ୍ଧଟିକୁ ନିତ୍ୟ ଭଜୁଥା ।
ଜୀବନରେ
ଖୁସି କି ଲାଭ କହ
ଖୁସି
ନୁହଁ ସଙ୍ଗେ ଶାନ୍ତିକୁ ବହ,
ଗେହ୍ଲା
ପଣିଆକୁ ପଛରେ ରଖି
ମୂଳକଥା
ନିଜ ମନକୁ କହ ।
ମହୋଦଧି
ତୀରେ ନଭାସୁ ଭଲା
ଏ ମର
ଶରୀର,
ମାଟି
ମା’
କୋଳେ ନିଦ୍ରା ଯାଉ
ସଦା
ସେ ନିରନ୍ତର।
ଜରୁରୀ
କୁ ଭଜି ଲୁଟନା
ଏ
ବର୍ତ୍ତମାନ,
ଆଶା
ଧରି ଧିରେ ମନେ
ଭୁଞ୍ଜ
ତୁମ ପ୍ରାପ୍ୟ ଧନ ।
********
Comments
Post a Comment