ଗୋଲାପ


    ଗୋଲାପ                                          TJ Sukanta Sethy



ଆଜି ପଚ଼ାରେ ଗୋଲାପ
ତା ସୁନ୍ଦରତା କେତେ,
ମନେ ଭାବେ ମୁଁ କୁସୁମ
କି କହିବି ତୋତେ ?

 ତୋଳିବାକୁ ଆସିଥିଲି ଡ଼ରିଗଲି
କାଳେ ହାତେ କଣ୍ଟା ଲାଗିଯିବ,
ତୋ କଅଁଳ ପତରେ କାଳେ
ମୋ ରୁଧିର ଛିଟ଼ା ଲାଗିଯିବ ।

ଛୁଇଁବାକୁ ଇଛାଥିଲା ମୋର
ରକ୍ତବର୍ଣ୍ଣ ପାଖୁଡ଼ାର କାକର ବିନ୍ଦୁକୁ,
କିନ୍ତୁ ଡ଼ରିଗଲି ମୁଁ, କାଳେ
ଝରିଯିବ ପାଣି ମାର ମଥାକୁ ।

ଦୂରକରି ମନତୃଷ୍ଣା ଚ଼ାଲିଗଲି
ହଁ, ଯେବେ ମୁଁ ଫେରିଆସେ,
ମାଟିକୁ କହିଲି ରଖିବୁ ଯତନେ
ଗଗନକୁ ଜଗାଇ ତାପାଶେ ।

        ********


                                        ଅନଟନ   ପ୍ରକୃତି    ମଳିନତା

Comments

Popular posts from this blog

ଜରୁରୀ

ଅନଟନ