ଅନଟନ
ଅନଟନ TJ Sukanta Sethy
ଦାରୁଣ
ଦୁଃଖର କରୁଣ ଚିତ୍ତକୁ
ଚ଼ାହିଁବାକୁ
ଥରେ ଦୁନିଆ ପାଖେ
ବୋଧେ
ମରୁଡ଼ି ପଡ଼ିଛି ସମୟ ବଢ଼ୁଛି
ବଡ଼
ଆଚ଼ମ୍ବିତ ଏତ ବିପରୀତ!!
ମରୁଡ଼ି
ଯେଉଁଠି ବୃଦ୍ଧି କାହିଁ ସେଠି,
କିନ୍ତୁ
ଏତ ନିରନ୍ତର ସତ୍ୟ
ବର୍ତ୍ତମାନ
ଜୀବନର ।
ମୁଖେ
ଶୁଭେ ପାଖେ ସମୟ ଅଭାବ
ବିବେକକି
ମୂର୍ଖ ବୁଝେ ଓଲଟ଼ା,
ମରୁଡ଼ିରୁ
ବାଛେ ବନ୍ୟାର କଥା ?
ଯଦି
ଭୂତ, ବର୍ତ୍ତମାନ ସୁରୁଜ ସମାନ
ପୃଥିବୀ
ଅକ୍ଷକି ଯାଇଛି ଘଟି?
ନା’, ଘଟିନି କକ୍ଷ ଘଟିନି ଅକ୍ଷ
ବୋଧେ
ବୃତ୍ତ କୋଣ ଯାଇଛି ଘଟି ?
ପ୍ରକୃତିର
ନିତି, ସୁରୁଜର ଗତି,
ଚ଼ନ୍ଦ୍ରମା
ଆଲୋକେ ଉତଫୁଲିତ ରାତି,
ଲଙ୍ଘୀ
ନାହିଁ ସୀମା ସାଗର ଲହରୀ,
କି
ଧରାରେ ଆକାଶ ପଡ଼ିନି ଛିଡ଼ି,
ସମୟ
ଅଭାବେ ପ୍ରକୃତି ବି ଆଜି କରୁନି ରଢ଼ି ।
ଘଟିନାହିଁ
କିଛି ନା’
କିଛି ପାଇଛି ବୃଦ୍ଧି
ସମୟ
ଅଭାବ ଉଡ଼ାଖବର,
ମାନବ
ଜାତିକୁ ଗ୍ରାସୁଛି ବସି ।
********
Comments
Post a Comment