ପ୍ରେମ ପକ୍ଷୀ
ପ୍ରେମ ପକ୍ଷୀ TJ Sukanta Sethy
ମୋ ମନ ବଗିଚାରେ
ସବୁ ଗୋଲାପରେ
ତା’ ମୁହଁ ଦିଶେ ।
ରାତିର କାକର ବିନ୍ଦୁ
ଧୋଇବାକୁ ପାଦ ତା’ର ଏଠି ରହିଛି ଚାହିଁ
ଘାସ ମନ ବଗିଚାର
ତା’ ପାଦ ସ୍ପର୍ଶରେ ସବୁ ଯାଆନ୍ତି ନଇଁ ।
ଗଛ ସବୁ ବଗିଚାର
ତା’ ବାଟରେ ଦିଅନ୍ତି ଛାଇ,
ଭଅଁର ବି ଫୁଲ ଛାଡ଼ି
କାନେ ତା’ ଶୁଣାଏ ଗୀତ ଗାଇ ।
ସ୍ପର୍ଶ ତା’ର ପାଇବାକୁ
ଶୀତଳ ସମୀର ଯାଏ ବହି,
ମୋ ମନ ପରଜା
ଭଲପାଏ ତାକୁ ଦିଏ କହି ।
********
Comments
Post a Comment