ମୋ ଗାଁ ପୋଖରୀ
ମୋ ଗାଁ ପୋଖରୀ TJ Sukanta Sethy
ପୋଖରୀ ଏଇ କେଡ଼େ ସୁନ୍ଦର
ଲୋକେ ଚ଼ିହ୍ନନ୍ତି ତାକୁ କହି ସାଗର
ଜଳ ତା’ର ସତେ ମୁକୁତା ପରି
ଲୋକେ ନିତ୍ୟ କର୍ମ କରନ୍ତି ଭିନ୍ନ ଭିନ୍ନ
ତୁଠ କରି ।
ଦକ୍ଷିଣେ ତା’ର ଚ଼ତରା ଘାଇ
ଉତ୍ତରେ ଅଛି ମଶାଣି ଭୂଇଁ,
ପଶ୍ଚିମେ ତା’ର ଶିବ ମନ୍ଦିର
ପୂର୍ବେ ମୋର ଗାଁ ।
ପୋଖରୀ ଏଇ କେଡ଼େ ସୁନ୍ଦର
ଲୋକେ ଚ଼ିହ୍ନନ୍ତି ତାକୁ କହି ସାଗର ।
ପୂରୁବ ଉତ୍ତରେ ଯା’ର ଲୋକେ
କରିଛନ୍ତି ଧାନ ଖଳା,
ଦକ୍ଷିଣ ପଶ୍ଚିମ ଦିଗ
କଇଥ ଓ ପଦ୍ମ ଫୁଲେ ଭରା ।
କେତେ ଲୋକ ବଞ୍ଚିଥା’ନ୍ତି
ଏ ପୋଖରୀକୁ ନେଇ,
ମାଛ ଚାଷ କରି ତାକୁ ବିକ୍ରି କରନ୍ତି
ଭିନ୍ନ ଗ୍ରାମେ ଗ୍ରାମେ ଯାଇ ।
ପୋଖରୀ ଏଇ କେଡ଼େ ସୁନ୍ଦ
ଲୋକେ ଚ଼ିହ୍ନନ୍ତି ତାକୁ କହି ସାଗର,
ଗ୍ରୀଷ୍ମ ଋତୁରେ ସୁରୁଜର ତାତି ପାଇ
ପାଣି ତା’ର ତାତି ଉଠେ ସେ ଗରମ ନସହି,
ପୁଣି ବର୍ଷାର ପ୍ରବାଭେ ସେ ଶୀତଳ ହୋଇ
କେତେ ପାଣି ରଖେ ସଞ୍ଚି କୃଷି ଭାଇ ପାଇଁ ।
ଶୀତ ରାତିରେ ଶୋଇଥାଏ ଶୀତଳିତ ହୋଇ
ପୁଣି ସକାଳେ ଜାଗିଉଠେ ସୁରୁଜ କିରଣକୁ ପାଇ,
ବସନ୍ତ ସନ୍ଧ୍ୟାରେ ଶୀତଳ ସମୀର ଯେବେ ଯାଏ
ବହି
ତା’ ଦେହର ଲହରୀ ସାଗର କୂଳ ନିଏ ଧୋଇ,
ପୋଖରୀ ଏଇ କେଡ଼େ ସୁନ୍ଦର
ଲୋକେ ଚ଼ିହ୍ନନ୍ତି ତାକୁ କହି ସାଗର ।
********
Comments
Post a Comment