ଶିରୋନାମା
ଶିରୋନାମା TJ Sukanta Sethy
ଜଗତ କି ବାଇ ହୋଇଛି
ଶିରୋନାମା ପିଛା କରଇ ଆଜି,
ଅବିଳମ୍ବେ ଆତ୍ମ ଲୋଭ ବଢ଼ାଏ ।
ସ୍ୱଳ୍ପ ଥିଲା ଯେବେ ତାହାରି ଧନ
ଆଧିପତ୍ୟ ଲାଗି ବଳିଳା ମନ,
ଆତ୍ମକୁ ତଣ୍ଡିଣ ଭାଙ୍ଘିଲା ପିଣ୍ଡ
ଶିରୋନାମା ପାଇ କାଟିଲା ଦଣ୍ଡ ।
ପ୍ରଲୋଭନ ଧାରେ ଆତୁର ହୋଇ
ଆବଶ୍ୟକତା’ଠୁ ଅଧିକ ପାଇ,
ଜରୁରତା ନିଜ ପୂରଣ କରି
ବାକିତକ ବୁଲେ ଚ଼ିନ୍ତା-ଯାନରେ ଧରି ।
ମୋର ମୋର କହି ବୁଲିଲା ସିଏ
ମୋର ଅନ୍ତେ କୋପ ଜନମ ନିଏ,
ସମୟର ତାଳେ ବଢ଼ିଣ କୋପ
ସୁବିଧା-ସୁଯୋଗେ ମାରଇ ଲମ୍ଫ ।
ଲମ୍ଫ ମାରେ ସେ ଭ୍ରାନ୍ତ ଚ଼ିତ୍ତରେ
ସୂତ୍ର ଛାଡ଼ିଗଲେ ଆରକ୍ଷୀ ଧରେ,
ଚ଼ାରି କାନ୍ଥ ମଧ୍ୟେ ହୋଇଣ ବନ୍ଧା
ଉଚ଼ିତ-ଅନୁଚ଼ିତ କରଇ ଚ଼ିନ୍ତା ।
କି’ଅବା ପାଇବ ଗଲାଣି କଥା
ଭାବିଥା’ନ୍ତା କି ଯେବେ ଥିଲା ଦୁବିଧ୍ୟା,
ପ୍ରାୟଶ୍ଚିତର ଯେ ସମୟ ଏହି
ଜୀବନ କଟିବ କଷ୍ଟକୁ ବହି ।
ଅନୁରୋଧ ମାତ୍ର ମୋହର ଏଇ
ଶିରୋନାମା ପାଅ ହୁଅନି ବାଇ,
ଭଲ-ମନ୍ଦ ଦୁଇ କରିଣ ଚ଼ିନ୍ତା
ବେଳଥାଉ ଛନ୍ଧ ହାତର ସୂତା ।
ହାତର ସୂତାଟି ଯାଇଣ ଫିଟି
ଯଦି ଛପିଯାଏ ପାଇ ଗଭୀର ଲଟି,
ସନ୍ଧାନେ ତାହାର ସମୟ ନଷ୍ଟ
କ୍ଷତି ଦେବ କ୍ଷତ ଜୀବନେ ଭେଟ ।
********
Comments
Post a Comment