କବିତା
କବିତା TJ Sukanta Sethy
ଭାବିଛି ଲେଖିବି କବିତାର କଥା
ମୋର ଏଇ କବିତାରେ,
ଗୋଟ଼ିଏ ଭାବନା ଜନ୍ମିଲେ ମନରେ
କବି ଶହେ କବିତା ଲେଖିପାରେ ।
କବି ସାଥେ କବିତାର ଏ ବନ୍ଧନ
ଜନ୍ମରୁ ନୁହଁଇ ଜାତ,
ମନପ୍ରାଣ ଦେଇ ଭଲପାଇ ସେଇ
ତାକୁ କରିଅଛି ଅର୍ଜିତ ।
ସ୍ମୃତିର କିଛି କଥା କବିତା
କିଛି ମଳୀନର କଥା,
ଜୀବନର କିଛି ସୁଖକୁ ବୁଝାଏ
କିଛି ବୁଝାଏ ହୃଦୟ ବ୍ୟଥା ।
ପ୍ରଫୁଳିତ ମୁଖୁ ଶୁଣିଲେ କବିତା
ଆନନ୍ଦ ଲାଗଇ ଯେତେ,
ଦୁଃଖିନୀର ମୁଖେ କବିତାର ଭାବ
ମନେ କୋହ ଭରିଦିଏ ସେତେ ।
ସରଳେ ଜଟ଼ିଳ ଜଟ଼ିଳେ ସରଳ
ଏଇ କବିତାର ମୂଳକଥା,
ଜଡ଼ର ଜଡ଼ରୁ କାଢ଼ଇ ଘିଅ
ଡ଼ାଳର ପତରୁ ଖୋଜେ ସୂତା ।
ସୂକ୍ଷ୍ମ ଏକ ଧାରା ଏଇ
ନୁହେଁ
ସରିତାର ସ୍ରୋତପରି,
ତଥାପି ବୁଝୁଛି ଜଳଧି ବେଦନା
ଦୂର ମରୁଭୂମିରେ ପ୍ଲାବିତ କରି ।
କବିତାରେ ପ୍ରେମ ପ୍ରେମରେ କବିତା
ଅନ୍ତର ଅଳ୍ପ କିଛି,
ସନ୍ତାନ ଯେମନ୍ତେ ରଚ଼େ ମା’କଥା
କବିତା ରଚ଼ଇ ପ୍ରେମର ଗାଥା ।
ସ୍ୱର କବିତାର ଅତି ମଧୁର
ମନକୁ ଛୁଅଁଇ ନାହିଁ,
ଅର୍ଥେ ଯଦି ରହିଥାଏ ଭାବ
ବସିଯାଏ ମନେ ଘରଟ଼ିଏ ତୋଳିଦେଇ ।
ସରଳ ନୁହଁଇ କବିତାର କଥା
ଜଡ଼ରୁ କାଢ଼ଇ ଘିଅ,
ଖୋଲିଦିଏ ଗୁପ୍ତ ତୁମରି ମନର
ତୁମେ ଥରେ କାଗଜରେ ଲେଖିଦିଅ ।
କବି ସାଥେ କବିତାର ସଂର୍ପକ
ନୁହେଁକି ମା’ସାଥେ ସନ୍ତାନର,
ମା ହଜିଯାଏ ଭୁଲେନାହିଁ ଛୁଆକୁ
କବିତାଟେ ଲେଖି ପୋଛିନିଏ କବି ଆଖିଲୁହକୁ ।
ବିତୁଅଛି ଯୁଗ ଯୁଗ ଏଠି
ସ୍ମୃତିଚ଼ହ୍ନ ଅଛି ସାଇତାଘରେ,
ବିତିଯାଉ ଆଉ କିଛି ଯୁଗ
ତଥାପି କବିତା ରହିବ କବି ମନରେ ।
********
Comments
Post a Comment