ପ୍ରକୃତି
ପ୍ରକୃତି TJ Sukanta Sethy
ଏ ପ୍ରକୃତି କି ସୁନ୍ଦର ଭରା
ଆକାଶ ତଳେ ରଖି ଏଇ ଧରା,
କେବେ ଦିଏ ଛାଇ କେବେ ଦିଏ ଖରା
ଏ ପ୍ରକୃତି କି ସୁନ୍ଦର ଭରା ।।0।।
ବନ, ଲତା, ଫୁଲ ଓ ଫଳ ଦେଇ,
ନିଜ ସାଥେ ସଂସାର କୁ କାନ୍ଦେ ନିଏ ବୋହି
ସେ ପ୍ରକୃତି ଆଉ ନୁହଁ କେହି ।।1।।
କେବେ କରେ ଦିବା ପୁଣି କେବେ ରାତି
କେବେ ଆଣେ ସଂଜ ଓ କେବେ ସକାଳ,
ଖରାବେଳା ଦିଏ ତାତି ରାତିରେ ଶୀତଳ
ସେ ପ୍ରକୃତି କେଡେ ସୁନ୍ଦର ତା’ ମେଳ ।।2।।
କେବେ ଆଣେ ଖରା, ବର୍ଷା,ଶୀତ ଓ ବସନ୍ତ,
ସେ ପାଣି ନେଇ ପାଣି ଦିଏ
ଶୀତ ପରେ ବସନ୍ତ ର ପ୍ରେମ ଦିଏ,
ସେ ପ୍ରକୃତି ସାରା ଜୀବନ ର ସାଥିଟିଏ ।।3।।
********
Comments
Post a Comment